ଏପ୍ରିଲ ୨୫ରୁ ସବୁ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୧/୦୪:  ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କରିଛନ୍ତି ସରକାର । ଏହାସହ ୨୨ରୁ ୨୪ଯାଏଁ ସବୁ ସ୍କୁଲ ସକାଳୁଆ ହେବ । ଏହି ସମୟରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ପାଠ ପଢା ହେବ ।ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ । ଏହି ସମୟରେ ପିଲାଙ୍କର ଅନଲାଇନ୍ ପଢା ଉପରେ ଗୁରୁତ୍ୱ ଦିଆଯାଇଥିଲା ।