କମ ରହିବ ଗ୍ରୀଷ୍ମ ପ୍ରଭାବ

ଭୁବନେଶ୍ୱର, ୨/୩:  ଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଋତୁରେ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏତେଟା ଗରମ ଅନୁଭୂତ ହେବନି । ଉପକୁଳ ଓଡିଶା ସହିତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି । ବିଶେଷ କରି ମାର୍ଚ୍ଚରୁ ମେ ଭିତରେ ରାଜ୍ୟରେ ଏହି ସ୍ଥାନ ମାନଙ୍କରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବାର ନାହିଁ । ଏଥିସହ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ତିନି ମାସ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାନା ରହିଛି ।