ରାଜ୍ୟବ୍ୟାପୀ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬/୪: ରାଜ୍ୟବ୍ୟାପୀ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବୌଦ୍ଧରେ ୪୪.୫ ଡିଗିି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାାଇଛି। ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୭ଟି ସହର‌ରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବରେ ରହିଛି। ସେହିଭଳିି ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଥିବାା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି। ଆଜି ବଲାଙ୍ଗୀରରେ ୪୩.୮ ଡ଼ିଗ୍ରି, ସୋନପୁରରେ ୪୩.୬ ଡ଼ିଗ୍ରି ଏବଂ ଟିଟଲାଗଡରେ ୪୩.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି।