ଜଳୁଛି ଓଡିଶା, ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,୨୧/୩: ଦିନକୁ ଦିନ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜ୍ୟର ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ରାଜଧାନୀ ଭୁବନେଶ୍ବର, ୩୭.୬ ଡିଗ୍ରୀ ତାପମାତ୍ରା ରହିଛି।

ସୂଚନାନୁଯାୟୀ , ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରହିଛି। ବଲାଙ୍ଗୀର ୪୧ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ ରହିଛି। ବାରିପଦା ଓ ବୌଦ୍ଧାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି। ସେହିପରି ସୋନପୁର ୩୯.୫ ଡିଗ୍ରୀ, ତାଳଚେର ୩୯ ଡିଗ୍ରୀ, ଝାରସୁଗୁଡା ୩୮.୮ ଡିଗ୍ରୀ, ସମ୍ବଲପୁର ୩୮.୬ ଡିଗ୍ରୀ, ଭୁବନେଶ୍ବର, ୩୭.୬ ଡିଗ୍ରୀ ତାପମାତ୍ରା ରହିଛି।