ଅସ୍ତବ୍ୟସ୍ତ କଲାଣି ତାତି, ୪୨ ଡିଗ୍ରୀ ଉପରେ ତିନି ସହରର ତାପମାତ୍ରା

ଭୁବନେଶ୍ୱର, ୪/୪: ରାଜ୍ୟରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ୪୨ ଡିଗ୍ରୀ ଉପରେ ତିନି ସହରର ତାପମାତ୍ରା ରହିଛି। ବାଲାଙ୍ଗିର ୪୨.୬, ଟିଟିଲାଗଡ଼ ୪୨.୫, ବୌଦ୍ଧ ୪୨ ଡିଗ୍ରୀ ରହିଛି। ସେହିପରି ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା ରହିଛି । ଝାରସୁଗୁଡ଼ା ୪୦.୮, ସୋନପୁର ୪୦.୬, ସୁନ୍ଦରଗଡ଼ ୪୦.୫, ଭବାନୀପାଟଣା ୪୦.୬, ସମ୍ବଲପୁର ୪୦.୧ ଡିଗ୍ରୀ ତାପମାତ୍ରା ରହିଛି।