ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର, ୩/୪: ରାଜ୍ୟରେ ଏବେ ଧୀରେ ଧୀରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ଏହାରିମଧ୍ୟରେ ଆଜି ୪୧.୬ ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ଭାବେ ଜଣାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୧.୫ ଡିଗ୍ରି, ବଲାଙ୍ଗୀରରେ ୪୧.୫, ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୧, ସୋନପୁରରେ ୪୧, ଭବାନୀପାଟଣାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟେ ଆସନ୍ତା ୬ତାରିଖରୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।