ପ୍ରଚଣ୍ଡ ତାତିରେ ସିଝିବ ଓଡିଶା, ଏବେ ଏମିତି ଆଗକୁ କେମିତି ?

ଭୁବନେଶ୍ୱର,୧୫/୦୪: ଆଗକୁ ଆହୁରି ପ୍ରଚଣ୍ଡ ତାତିରେ ସିଝିବ ଓଡିଶା । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି । ୮ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରୀ, ବାଲେଶ୍ୱରରେ ୩୧. ୮, ଚାନ୍ଦାବାଲି ୩୧.୬, ଝାରସୁଗୁଡ଼ା ୩୦.୮, ହୀରାକୁଦ ୩୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ଓ ରାଉରକେଲାରେ ୩୦, ଗୋପାଳପୁରରେ ୨୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏବେଠାରୁ ଏତେ ଖରା ଗରମ ଆଗକୁ କେମିତି ହେବ ସେନେଇ ଚିନ୍ତାରେ ଲୋକେ ।