ଆହୁରି ୫ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୫/୦୬: ରାଜ୍ୟରେ ଆଜି ମଧ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି।  ଗତ ଦୁଇଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି। ଏହା ବ୍ୟତୀତ ଗ୍ରୀଷ୍ମପ୍ରବାହ ରାଜ୍ୟରେ ୪ରୁ ୫ ଦିନ ପାଇଁ ରହିବ।
ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଆରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼,ଝାରସୁଗୁଡ଼ା , ସମ୍ବଲପୁର,ବରଗଡ଼, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡ଼ା ,କଟକ ଏବଂ ଖୋର୍ଦ୍ଧା ଏହି ଜିଲ୍ଲାଗୁଡ଼ିକ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରାଯାଇଛି। ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ତାରିଖ ପରେ ଏହି ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି। ୧୮ ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ମୌସୁମୀ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଛି।