ରାଜ୍ୟରେ ଏଣିକି ଖରା, ଗରମ ଓ ଗୁଳୁଗୁଳି ଅନୁଭୂତ

ଭୁବନେଶ୍ବର,୨/୪: ପଶ୍ଚିମା ଝଡ଼ର ପ୍ରଭାବରେ ବର୍ଷା ଓ ଥଣ୍ଡା ପାଗ ରହିଥିଲା। କିନ୍ତୁ ଏଣିକି ଖରା, ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଉ ମୁକ୍ତିନାହିଁ। ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଓଡ଼ିଶାବାସୀ ପ୍ରଚଣ୍ଡ ରୌଦ୍ରତାପ ଓ ଗରମରେ ସନ୍ତୁଳି ହେବେ। କେବଳ ଓଡ଼ିଶା ନୁହେଁ, ଭାରତର ଅଧିକାଂଶ ସ୍ଥାନରେ ଏହି ଅବସ୍ଥା ରହିବ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩ ମାସର ତାପମାତ୍ରା ଆଉଟ୍‌ଲୁକ୍‌ ଜାରି କରି ଏହି ସୂଚନା ‌ଦିଆଯାଇଛି। ଏଥିସହ ଏଥିରେ କୁହାଯାଇଛି ଯେ ଏପ୍ରିଲରୁ ଜୁନ୍‌ ଭି‌ତରେ ରାଜ୍ୟରେ ବର୍ଷା କମ୍‌ ଓ ଗ୍ରୀଷ୍ମ ପ୍ରବାହ ଦିନଗୁଡ଼ିକ ସଂଖ୍ୟା ଅଧିକ ରହିବ।