ଆସନ୍ତା ସପ୍ତାହରୁ ରାଜ୍ୟରେ ବଢିବ ତାପମାତ୍ରା!

ଭୁବନେଶ୍ବର,୨୪/୨ : ଆଉ କିଛି ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ହେବ। ଫେବ୍ରୁଆରି ୨୭ ଓ ୨୮ ତାରିଖ ତଥା ଆସନ୍ତା ସପ୍ତାହଠାରୁ ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ଦିନ ତାପମାତ୍ରା ୩୮ରୁ ୪୦ ଡିଗ୍ରିରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅର୍ଥାତ୍‌ ଫେବ୍ରୁ୍ଆରି ମାସରେ ବର୍ଷା ହେବାର ସମ୍ଭାବନା ନାହିଁ। ମାତ୍ର ଭୋର ସମୟରେ କୁହୁଡ଼ି କଲବଲ କରିବ। ୨୪ ତାରିଖ ସକାଳୁ ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ ପୁରୀରେ କୁହୁଡି ହେବ। ୨୫ ତାରିଖ ସକାଳୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି