୭ଟି ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ୱର,୧୭/୩: ରାଜ୍ୟରେ ଏବେ ଅସହାୟ ଗରମ କୁ ତାତି ବଢି ଚାଲିଛି । ଏହାରି ମଧ୍ୟରେ ଆସନ୍ତାକାଲି ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଏବଂ ନୟାଗଡ଼ । ଏହି ସବୁ ଜିଲ୍ଲା କୁ ସତର୍କତା ଜାରି କରାଯାଇଛି । ଆବଶ୍ୟକ କାମ ନଥିଲେ ଖରାକୁ ବାହାରିବା ଠୁ ଦୁରେଇ ରହିବା ଉଚିତ ।