ଭୁବନେଶ୍ୱର,୩୦/୦୩: ଆଜି ବି କଲବଲ କରିବ ତାତି। ୨୪ ଘଣ୍ଟା ଆକାଶରୁ ନିଆଁ ବର୍ଷିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ଢେଙ୍କାନାଳ । ମାର୍ଚ୍ଚ ୩୦ରେ ବିଶେଷ କରି ୪ଟି ସ୍ଥାନ ଝାରସୁଗୁଡ଼ା, ସମ୍ୱଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଦୁଇ ଦିନ ପରେ ପାଗ ବଦଳିବ । ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ଏବଂ ଏପ୍ରିଲ ୨ରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ସେପଟେ ଖରା ପାଇଁ ଆସିଲା ଗାଇଡ୍ ଲାଇନ୍ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଛି ପରିବହନ ବିଭାଗ । ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ବସରେ ପାନୀୟ ଜଳ ବ୍ୟବସ୍ଥା, ବରଫ ପ୍ୟାକ୍, ଓଆରଏସ ଓ ପ୍ରାଥମିକ ଚିକିତ୍ସା କିଟ୍ ରହିବ। ବସ୍ ଷ୍ଟପେଜରେ ରହିବ ଯାତ୍ରୀ ବିଶ୍ରାମ ସ୍ଥାନ, ଅନୁମତିଠାରୁ ଅଧିକ ଯାତ୍ରୀ ନେଲେ ହେବ କାର୍ଯ୍ୟାନୁଷ୍ଠାନ।
ବସ ଛାତରେ କିମ୍ବା ଝୁଲନ୍ତା ଅବସ୍ଥାରେ ଯାତ୍ରୀ ନେବା ମନା।ନିୟମ ଭାଙ୍ଗୁଥିବା ବସଠାରୁ ଆଦାୟ ହେବ ଜରିମାନା।