୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଅନୁଭୂତ ହେବ ପ୍ରବଳ ଗରମ

ଭୁବନେଶ୍ୱର,୧୮/୫: ଜଳବାୟୁ ପରିବର୍ତ୍ତନର ଭୟାନକ ପ୍ରଭାବ ଦେଖିବେ ବିଶ୍ୱବାସୀ । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଅନୁଭୂତ ହେବ ଗରମ ଓ ପ୍ରଚଣ୍ଡ ଖରା। ଏଭଳି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ ସଂସ୍ଥା ବିଶ୍ୱ ପାଣିପାଗ ସଙ୍ଗଠନ । ଆଗାମୀ ୫ ବର୍ଷ ସବୁଠୁ ଉତ୍ତପ୍ତ ହେବା ନେଇ ୯୮ ପ୍ରତିଶତ ଆଶଙ୍କା ରହିଛି । ଏହାରି ମଧ୍ୟରେ ବିଶ୍ୱ ଭୂପୃଷ୍ଠ ତାପମାତ୍ରା ୧.୫ ଡିଗ୍ରୀ ସେଲସିଅସ ପାର କରିବ ବୋଲି କହିଛି ଡବ୍ଲ୍ୟୁଏମ୍ ।ଏହା ପୂର୍ବରୁ ୨୦୧୫ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସର୍ବାଧିକ ତତଲା ସାବ୍ୟସ୍ତ ହୋଇଥିଲା । ଏହି ୮ ବର୍ଷ ଭିତରେ ୨୦୧୬ ମସିହାରେ ସବୁଠୁ ଅଧିକ ଗରମ ଅନୁଭୂତ ହୋଇଥିଲା । ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା ଏବଂ ପରିବେଶ ଉପରେ ନାହିଁନଥିବା ପ୍ରଭାବ ପଡିବ ।