୮ ଜିଲ୍ଲାରେ ବଢ଼ିବ ତାତି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୨୭/୨: ରାଜ୍ୟରେ ଏବେ ଠାରୁ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଗାମୀ ୨-୩ ଦିନ ଧରି ୮ ଜିଲ୍ଲାରେ ଅଧିକ ତାତି ବଢିବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ହାରାହାରି ସର୍ବାଧିକ ତାପମାତ୍ରାଠାରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ତାତି । ୮ ଜିଲ୍ଲା ଗୁଡିକ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଅନୁଗୁଳ ଓ ମୟୂରଭଞ୍ଜ । ତେଣୁ ଦିନ ୧୧ଟାରୁ ୩ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।