ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୨୮/୧: ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା ଘଟିଛି। ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ଜଣାପଡ଼ି ନାହିଁ । ତାଲିମ ବେଳେ ଏପରି ଘଟିଥିବା କୁହାଯାଉଛି । ଗ୍ୱାଲିଅରର ଏୟାରବେସରୁ ଏହି ଦୁଇଟି ବିମାନ ଉଡ଼ାଣ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ଷୟକ୍ଷତି ବିଷୟରେ ଜଣାପଡ଼ି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି । ସୁଖୋଇରେ ଥିବା ଦୁଇ ଜଣ ପାଇଲଟଙ୍କୁ ଉଦ୍ଧାର କରାଯାଇଛି । ତେବେ ମିରାଜରେ ଥିବା ପାଇଲଟଙ୍କୁ ଠାବ କରାଯାଇପାରି ନାହିଁ ।