ଆଜି ଶପଥ ନେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ନୂଆଦିଲ୍ଲୀ,୧୧/୧୨: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବହୁ ଟଣାଓଟରା ପରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁଙ୍କୁ ଚୟନ କରାଯାଇଛି । ରାଜ୍ୟର ଶୁକ୍ରବାର ବିଧାୟକ ଦଳ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ଶେଷରେ ଦଳର ହାଇକମାଣ୍ଡ ନିଜ ହାତକୁ ଦାୟିତ୍ୱ ନେଇଥିଲେ । ଏହାପରେ ଗତକାଲି ବିଧାୟକ ଦଳ ବୈଠକ ହେବା ପରେ ସୁଖବିନ୍ଦରଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଆଜି ଅପରାହ୍ନ ଗୋଟାଏ ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ । ମୁଖ୍ୟମନ୍ତ୍ରୀ ରେସରେ ଥିବା ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବ ।