ଗୁଜରାଟରେ ସୁଦର୍ଶନ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୦୨: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଦ୍ୱାରକା ମନ୍ଦିର ଯାଇ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ କିଛି ସମୟ ରହିବା ପରେ ନବନିର୍ମିତ ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍ ଗୁଜରାଟରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସେତୁରେ କିଛି ସମୟ ବୁଲିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସାମିଲ ହୋଇଥିଲେ ।୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ କରାଯାଇଛି । ଏହି ସେତୁ ଓଖା ମୁଖ୍ୟ ଭୁମିକୁ ଦ୍ୱାରକା ଦ୍ୱୀପ ସହ ସଂଯୋଗ କରୁଛି । ୨.୩୨ କିଲୋମିଟର ଲମ୍ବା ସୁଦର୍ଶନ ସେତୁ ଦେଶର ସବୁଠୁ ଲମ୍ବା କେବୁଲ ଆଧାରିତ ସେତୁ । ଏହି ସେତୁରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତିରେ ସଜ୍ଜିତ ଫୁଟପାଥରହିଛି । ସେତୁରେ ସୌର ପ୍ୟାନେଲ ଲାଗିଛି ଯାହା ଏକ ମେଗାୱାଟ୍ ବିଜୁଳି ଉତ୍ପାଦନ କରିବ ।