ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚି

ଭୁବନେଶ୍ୱର,୨୯/୦୬: ଓଡିଶା ଦକ୍ଷତା ବିକାଶ ପରିଷଦର  ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ଏନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡିଥିବା କଥା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହଯୋଗ  ଓ ସମର୍ଥନ ମିଳିଛି । ସେହିପରି ଓଡ଼ିଶାବାସୀ ଢ଼େର ଭଲପାଇବା ଦେଇଛନ୍ତି ବୋଲି ସେ କହିଛନ୍ତି।