ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା: ହାଇକୋର୍ଟ ଯିବେ ସୁମିତ

ଭୁବନେଶ୍ୱର, ୪/୧: ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲାରେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ସୁମିତ। ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେ ସୁମିତ । ହାଇକୋର୍ଟ ଯିବା ନେଇ ସୂଚନା ଦେଲେ ସୁମିତଙ୍କ ଓକିଲ ।

ଉଲ୍ଲେଖ ଯୋଗ୍ୟ ଯେ ଆଜି ଗଞ୍ଜାମ ଜିଲ୍ଲା ଦୌରାଜଜ୍ କୋର୍ଟ ତପସ୍ବିନୀ-ସୁମିତ ପାରିବାରିକ ବିବାଦରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ଥିଲେ। ଏଣିକି ସ୍ବାମୀଙ୍କ ଘରେ ଏକାଠି ରହିବେ ସୁମିତ ଓ ପତ୍ନୀ ତପସ୍ବିନୀ। ତପସ୍ବିନୀଙ୍କୁ ମାସକୁ ୧୭ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ଦେବେ ସୁମିତ ।