ନୂଆଦିଲ୍ଲୀ, ୦୬/୨୪: ଆଜି ସୂର୍ଯ୍ୟର L1 ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ L1 । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ମାତ୍ର ୪ ଶହ କୋଟି ଟଙ୍କାରେ ଆରମ୍ଭ ହେଇଥିବା ଏହି ମିଶନ୍ ।ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା । ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି । ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧ । ସେଠାରେ ଏହା ୫ ବର୍ଷ ଧରି କାମ କରିବ । ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।