ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ, ୧୦/୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ବଙ୍ଗର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତିି । ବିଜେପି ନେତା ଶୁଭେନ୍ଦୁ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିଲେ । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ହରାଇଥିଲେ ଶୁଭେନ୍ଦୁ । ସୂଚନା ଯୋଗ୍ୟ ଯେ ୯୮୬୨ ଭୋଟରେ ନନ୍ଦିଗ୍ରାମ ଜିତିଥିଲେ ଶୁଭେନ୍ଦୁ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଥିଲେ ମମତା ବାନାର୍ଜୀ ।