ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏଥର କେଉଁମାନେ ପାଇବେ?

ଭୁବନେଶ୍ୱର,୧୯/୦୪: ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ ହେବେ ସେମାନେ ଟଙ୍କା ପାଇଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ସୂଚନା ଅନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ଏପ୍ରିଲ ୨୪ରେ ପ୍ରଥମ କିସ୍ତିର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ । ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ, ସେମାନେ ପାଇବେ ବୋଲି ପ୍ରଭାତୀ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *