ଭୁବନେଶ୍ୱର,୨୧/୦୧: ସୁଭୁଦ୍ରା ଟଙ୍କା ଯୋଜନାକୁ ନେଇ ଆସିଲା ବଡ ଅପଡେଟ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା । ଯେଉଁମାନେ କି ସୁଭଦ୍ରାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରିନାହାଁନ୍ତି । ସେମାନଙ୍କୁ ଅନୁରୋଧ ଶୀଘ୍ର ଆବେଦନ କରନ୍ତୁ । ସୁଭଦ୍ରା କୁ ନେଇ ଜିଲ୍ଳା ରିଭ୍ୟୁରୁ ଆସିଲା ଏହି ବଡ ତଥ୍ୟ । ସୁଭଦ୍ରା ଯୋଜାନରେ ସାମିଲ ହେବା ପାଇଁ ପ୍ରଭାତୀ ପରିଡାଙ୍କ ଅପିଲ୍ । ସୂଚନାଯୋଗ୍ୟ ଯେ, ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ମୋଟ୍ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି ।