ଭୁବନେଶ୍ୱର,୪/୧୨: ଚଳିତ ମାସ ୨୫ରେ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଡିସେମ୍ବର ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ବ୍ଲକ, ମହାନଗର ନିଗମ ସ୍ତରରେ ତାଲିକା ପ୍ରକାଶ ହେବ । ଏହାପରେ ଆଉ ୭ ଦିନ ଆପତ୍ତି ଗ୍ରହଣ କରାଯିବ ।ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ସ୍ଥାନ ଗୁଡିକରେ କମ ପଞ୍ଚୀକରଣ ହୋଇଛି ସେହି ସ୍ଥାନକୁ ଫୋକସରେ ରଖିଛନ୍ତି ସରକାର । ଏହାଛଡ଼ା ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେଠାରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।