ସୁଭଦ୍ରା ଯୋଗ୍ୟ ହିତାଧିକାରୀ ଥିବେ, କିନ୍ତୁ ଟଙ୍କା ପାଇନଥିଲେ ଯିବ ଫୋନ୍‌ କଲ୍ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୧୦: ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଥିବେ, କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କୁ ଯିବ ଫୋନ୍‌ କଲ୍। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ସେ କହିଛନ୍ତି, ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଆସିବ। ବ୍ଲକସ୍ତରରେ ଯାଞ୍ଚ ହେବ। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯିବେ। ହିତାଧିକାରୀମାନେ କୌଣସି ପ୍ରକାର ବ୍ୟସ୍ତ ହେବାର ନାହିଁ। ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ। ଯୋଗ୍ୟ ଥିଲେ ମଧ୍ୟ ଏଯାଏ ଯେଉଁମାନେ ‘ସୁଭଦ୍ରା’ ସହାୟତା ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଠିକଣା ସମୟରେ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ନେଇ ଘୋଷଣା କରାଯିବ। ଏଯାଏ କୋଟିଏ ୬୦ ହଜାର ଆବେଦନ ହେଲାଣି।

Leave a Reply

Your email address will not be published. Required fields are marked *