Subhadra yojana : ଆଜି ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ମିଳିବ ୧୭ରେ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର,୧୫/୦୯: ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଚଳିତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଯୋଜନାର ସୁଫଳ ପାଇବା ପାଇଁ ରାଜ୍ୟରେ ପଞ୍ଜୀକରଣ କରିଥିବା ମହିଳା। ଏ ପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଫର୍ମ ଦାଖଲ ହୋଇସାରି‌ଲାଣି। ଆଜି ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ପାଳନ କରାଯାଉଛି। ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସୁଭଦ୍ରା ସଚେତନତା ରଥ ମଧ୍ୟ ବୁଲୁଛି। ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆସନ୍ତାକାଲି ‘ସୁଭଦ୍ରା’ ସ୍ବାଗତ ପଦଯାତ୍ରା ଆୟୋଜିତ ହେବ। ପ୍ରତି ପଞ୍ଚାୟତରେ ଜିପିଏଲ୍‌ଏଫ୍‌ଙ୍କ ନେତୃତ୍ବରେ ଏହି ଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *