ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା

ଭୁବନେଶ୍ୱର,୦୮/୦୩:  ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ହଜାର ମହିଳା ଯୋଗଦେଇଥିଲେ । ଏସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀ ସଂଖ୍ୟା । ଏହା ପୂର୍ବରୁ ୬ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ଲକ୍ଷ ୩୦ହଜାରରୁ ଅଧିକ ହିତାଧିକାରୀ । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା । ଏଥିସହ ଏନେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳା ସଶକ୍ତ ହେଉଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି ।

Leave a Reply

Your email address will not be published. Required fields are marked *