ଭୁବନେଶ୍ୱର,୨୫/୧୨: ମାର୍ଚ୍ଚରେ ସୁଭଦ୍ରାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବା ନେଇ ସୂଚନା ମିଳିଛି । ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା ଦ୍ବାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।