ଜାନୁଆରୀରେ ଆସିପାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା!

ଭୁବନେଶ୍ୱର,୨୧/୧୨: ଜାନୁଆରୀରେ ଆସିପାରେ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ତେବେ ବଣ୍ଡା ଘାଟିରେ ୧୨ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି  । ୯ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି, ୩ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ତେବେ ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଚତୁର୍ଥ ପର୍ୟ୍ୟାୟ ଟଙ୍କା ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ । ୩୦ତାରିଖ ପର୍ଯ୍ୟନ୍ତ ଟାର୍ଗେଟ ରଖାଯାଇଛି,ସବୁ ଭେରିଫିକେସନ୍ ସରିଲେ ଜାନୁଆରୀରେ ଟଙ୍କା ମିଳିପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *