ଭୁବନେଶ୍ୱର,୨/୦୩:ମାର୍ଚ୍ଚ ୩୧ ତାରିଖ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଏକ ଇତିହାସ। ଏଭଳି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଚଳିତ ମାସ ୬ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା। ଏହି ପର୍ଯ୍ୟାୟରେ ଲକ୍ଷେ ୭୦ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। ଚଳିତ ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୮ ତାରିଖ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ।