ଭୁବନେଶ୍ୱର,୩୦/୧୨: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା । ସବୁ ମାଆମାନେ ସୁଭଦ୍ରା ଯୋଜନାର ଲାଭ ପାଇବେ । ଏନେଇ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି, ୨୦୨୫ ହେବ ସୁଭଦ୍ରାମୟ । ସମସ୍ତ ମା’ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ । ଆଜି ଫିଲ୍ଡ ରିପୋର୍ଟ ଆସିବ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ । ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ । ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।