ଭୁବନେଶ୍ୱର,୦୭/୦୪: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି । ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।