ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ହେଲେ ୧ ଲକ୍ଷ ମହିଳା

ଭୁବନେଶ୍ୱର,୧୯/୦୩: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ। ଦ୍ଵିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଦ୍ୱିତୀୟ କିସ୍ତି । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସରକାରଙ୍କ ସୂଚନା ଅନୁସାରେ,୧ କୋଟି ୬୪ ହଜାର ମହିଳା ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପାଇଥିଲେ । କିନ୍ତୁ ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ରାସନକାର୍ଡ ଓ ବାର୍ଷିକ ଆୟରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି । ମାର୍ଚ୍ଚ ୩୧ ପରେ ହେବ ୱାନ୍ ଟୁ ୱାନ ସର୍ଭେ ଏବଂ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି ।

Leave a Reply

Your email address will not be published. Required fields are marked *