ଆସନ୍ତା ୨୪ରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୯/୧୧: ଆସନ୍ତା ୨୪ରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହାପୂର୍ବରୁ ନଭେମ୍ବର ୨ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏନେଇ ସ୍ପଷ୍ଟ କରିବା ସହ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନ ଉପରେ ବି ବଡ଼ ସୂଚନା ଦେଇଥିଲେ । ସେ କହିଥିଲେ, ଖାରଜ ସବୁ ଆବେଦନର ପୁଣି ରିଚେକ୍ କରାଯିବ, କିଏ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ଜଣାପଡ଼ିବା ପରେ ଆବଶ୍ୟକ ସ୍ଥଳେ ଯୋଜନାରେ ସାମିଲ କରାଯିବ ।

Leave a Reply

Your email address will not be published. Required fields are marked *