ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା , ଭୟଭୀତ ଲୋକେ

ଭୁବନେଶ୍ୱର, ୨/ ୮: ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଯାହାଫଳରେ ପ୍ରାୟ ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହେବାରେ ଲାଗିଛି । ଏହାରିମଧ୍ୟରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା । ବାଲେଶ୍ବର ରାଜଘାଟରେ ନଦୀର ବିପଦ ସଂକେତ ୧୦.୩୬ ମିଟର ଉପରେ ରହିଛି । ସେହିପରି ସକାଳ ୬ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ୧୦.୪୨ ମିଟର ଉପରେ ରହିଥିବା ସୂଚନା ରହିଛି । ତେଣୁ ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର ତଳିଆ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହୋଇଛି । ତଳିଆ ଅଂଚଳ ଲୋକେ ଏନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।