ପୁଣି ଦୁଲୁକିବ କଲେଜ, ଆସନ୍ତାବର୍ଷଠୁ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର,୧୯/୦୮: ଆସନ୍ତାବର୍ଷଠାରୁ ହେବ କଲେଜ ଇଲେକ୍ସନ। ଏହି  ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନ ମନ୍ତ୍ରୀ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ଇଲେକ୍ସନ ପୁଣିଥରେ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ। ଛାତ୍ର ନେତୃତ୍ୱ ଏବଂ ଯୁବ ନେତୃତ୍ୱ ସୃଷ୍ଟି କରିବା ଦିଗରେ ଛାତ୍ର ସଂସଦ ନିର୍ବାଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ମତ ଦେଇସାରିଛନ୍ତି। ଆସନ୍ତାବର୍ଷ ଠାରୁ ନିର୍ବାଚନ ପାଇଁ ବାଟ ଫିଟିଥିବାରୁ ଛାତ୍ରଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି, ଆଉ ଅନେକେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।