୧୪ରୁ ସ୍କୁଲ ଖୋଲିବ, ୨୮ରୁ ଆସିବେ ପିଲା

ଭୁବନେଶ୍ୱର, ୧୦/୨: ରାଜ୍ୟରେ ଏବେ କ ରୋନା ସଂକ୍ରମଣ କମିଥିବାରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛି। ଆସନ୍ତା ୧୪ରୁ ସ୍କୁଲ ଖୋଲିବ କିନ୍ତୁ ୨୮ରୁ ସ୍କୁଲ ଆସିବେ ପିଲା ।ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ୨୮ରୁ ସ୍କୁଲ ଆସିବେ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ୍ କରିପାରିବେ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । ଫେବ୍ରୁଆରୀ ୨୮ରୁ ସ୍କୁଲରେ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫେବ୍ରୁଆରୀ ୧୪ରେ କିନ୍ତୁ ଖୋଲିବ ସ୍କୁଲ । ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ,କର୍ମଚାରୀମାନେ ଆସିବେ ଓ ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି । ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାର ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି ।