ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୩/୦୮: ରାଜ୍ୟରେ ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । କୁନି କୁନି ପିଲାମାନେ ମଧ୍ୟ ଏଥିରୁ ବାଦ ପଡୁନହାନ୍ତି। ଯାହାଦ୍ୱାରା ଜଳାନ୍ତକ ରୋଗରେ ଅନେକ ଲୋକ ପିଡୀତ ହୋଇ ଜୀବନ ହରାଉଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।

୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗକୁ ଦୂର କରିବା ପାଇଁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର । ଏହାକୁ ରୋକିବା ପାଇଁ ଅର୍ବାନ ହାଉସିଂ ଡେଭଲପମେଣ୍ଟ ସହ ମିଶି ସରକାର ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।