ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ

ଭୁବନେଶ୍ୱର,୬/୧: ରାଉରକେଲା ଷ୍ଟିଲପ୍ଲାଂଟରେ ଆଜି ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା। ଯାହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି ଓ  ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହ ଘଟଣାରେ କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ହୋଇଛନ୍ତି। ୨ ଡିଜିଏମ୍‌ ଜି. ବାରିକ ଓ ଏନ୍‌‌. ଦାସ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଷ୍ଟିଲ୍‌ ପ୍ଲାଣ୍ଟ CEO ।