କରୋନା ଟିକାକରଣ ନେଇ କଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର, ୧୧/୧: କରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ସୂଚନା ଦେଇ କହିଛନ୍ତି ଯେ କରୋନା ଟିକା ନିରାପଦ ଓ ଫଳପ୍ରଦ ଅଟେ। ସମସ୍ତଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ ନୁହେଁ । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ  ଟିକା ଦିଆଯିବ।

ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ପରେ ପରିବାର ସଦସ୍ୟଙ୍କୁ ଦିଆଯିବ ଟିକା । ପ୍ରଥମ ଡୋଜ୍‌ର ୨୮ ଦିନ ପରେ ଦିଆଯିବ ଟିକାର ଦ୍ବିତୀୟ ଡୋଜ୍‌ ଦିଆଯିବ । ଟୀକା ନେବା ପାଇଁ ସ୍ବାସ୍ଥ୍ୟକର୍ମୀ ମାନେ ପଞ୍ଜୀକରଣ ଓ ପରିଚୟପତ୍ର ଦେଖାଇବା ଜରୁରୀ ।ପଞ୍ଜୀକରଣ କଲେ ଟିକାକରଣର ସ୍ଥାନ ଓ ସମୟ ସଂପର୍କରେ ସୂଚନା ଦିଆଯିବ ।