ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୨୦/୧୦:  ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଲେ ରାଜ୍ୟ ସରକାର। ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତାରେ ୪ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମହଙ୍ଗା ଭତ୍ତା ୪୨ପ୍ରତିଶତରୁ ବଢି ୪୬ପ୍ରତିଶତ ହେଲା । ଏହା ଦ୍ୱରା ସାଢେ ୪ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିପରି ସାଢେ ୩ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ପିଛିଲା ଭାବେ ଜୁଲାଇ ୧ ତାରିଖରୁ ଏହା ଲାଗୁ ହେବ ।