୬ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୬/୧୨:ଆଗକୁ ରହିଛି ସାଧାରଣ ନିର୍ବାଚନ । ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ମାସ ପାଇଁ ଏସମା ଲାଗୁ କରିଛନ୍ତି । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ ।