କଂଗ୍ରେସ କରିବ ଭାରତ ଯୋଡ ଯାତ୍ରା

ଭୁବନେଶ୍ୱର,୧୮/୯: ରାଜ୍ୟ କଂଗ୍ରେସ କରିବ ଭାରତ ଯୋଡ ଯାତ୍ରା । ଆସନ୍ତା ଅକ୍ଟୋବର ମାସ ୩୧ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ । ଭୁବନେଶ୍ୱର ଇନ୍ଦିରା ପାର୍କରୁ ରାଜ୍ୟ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହେବ । ଯାହାକି ଶହେ ଦିନ ଯାଏଁ ଚାଲିବ । ତେବେ ଏହି ସମୟ ଭିତରେ ୨୨୫୦ କିଲୋମିଟର ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ୨୦ ସଂସଦୀୟ କ୍ଷେତ୍ର ବୁଲିବେ ରାଜ୍ୟର ନେତା । ଏହି ପଦଯାତ୍ରାରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ । ଓଡ଼ିଶାରେ ଭାରତ ଯୋଡ ଯାତ୍ରାରେ ଜୟରାମ ରମେଶ ଓ ଦିଗବିଜୟ ସିଂ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।