ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟର ନିଷ୍ପତ୍ତି

ଭୁବନେଶ୍ୱର, ୫/୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ହୋଇଛି।  ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ନିୟମ ଅନୁସାରେ ଶ୍ରୀମନ୍ଦିର ଅଧୀନ ଜମି ବିକ୍ରି ଓ ଲିଜ୍‌ ପାଇଁ ଅନୁମତି ଦରକାର ହେଉଥିଲା। କିନ୍ତୁ ଏହି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ଆଉ ଅନୁମତି ଦରକାର ହେବ ନାହିଁ। ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ ବୋଲି ସୂଚନା ରହିଛି। ଏହାସହ ଶ୍ରୀମନ୍ଦିର ଅଧିନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ସଂଶୋଧନ ନିଷ୍ପତ୍ତି ନିଆଯାଇଛି।