ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ମଂଜୁରୀ

ଭୁବନେଶ୍ବର,୧୩/୨: ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଚିଠା ପ୍ରସ୍ତାବକୁ ମୋହର ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ଭୁବନେଶ୍ୱରରେ ଜନସଂଖ୍ୟା ବଢ଼ିଛି। ଏଠାରେ ପାନୀୟ ଜଳର ଚାହିଦା ମଧ୍ୟ ବଢ଼ିଛି। ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ। ୧୩୦ ଏମ୍‌ଏଲ୍‌ଡି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଅନୁମେଦାନ କରିଛନ୍ତି। ୨୦୨୩କୁ ଲକ୍ଷ୍ୟ ରଖି ଏହା ନିର୍ମାଣ କରାଯାଇଛି। ଏଥି ପାଇଁ ୨୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।