ରାଜ୍ୟ ବାର୍‌ କାଉନସିଲ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର,୪/୧: ରାଜ୍ୟ ବାର୍‌ କାଉନସିଲ ନିର୍ବାଚନ ଯଥାଶୀଘ୍ର ସାରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନା ଯୋଗ୍ୟ ଯେ ପୂର୍ବ ଭୋଟର ତାଲିକାରେ ନିର୍ବାଚନ କରିବାକୁ ନିର୍ଦେଶ ଦିଆଯାଇଛି। ୨୦୧୮ରୁ ବାର୍‌ କାଉନସିଲ୍‌ର ଅବଧି ଶେଷ ହୋଇଛି । ନିର୍ବାଚନ ନେଇ ପିଟିସନ ଦାଏର କରିଥିଲେ ପୂର୍ବତନ ଅଧକ୍ଷ ଚିନ୍ମୟ ମହାନ୍ତି।