ତିନି ରାଜ୍ୟରେ ବିଜୟ ପରେ ବିଜେପିର ସେଲିବ୍ରେସନ ମୁଡ

ନୂଆଦିଲ୍ଲୀ,୩/୧୨:ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ।

ସେ କହିଛନ୍ତି ଯେ ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ । ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ, କୃଷକ ଓ ଗରିବ । ମୁଁ ମୋ ମାଆ, ଭଉଣୀ, ଝିଅମାନଙ୍କୁ ପ୍ରଣାମ କରୁଛି। ଏହି ନିର୍ବାଚନ ଫଳାଫଳ ଆଉ ଏକ କଥା ସ୍ପଷ୍ଟ କରିଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି।