ଭୁବନେଶ୍ୱର, ୦୭/୦୩: ବନ୍ଧାହେଲେ ଏସଟିଏ ଯୁଗ୍ନ ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢାଉବେଳେ ସାମ୍ନାକୁ ଆସିଲା ପ୍ରଦୀପଙ୍କ ଅମାପ ସମ୍ପତ୍ତି । ୨କେଜିରୁ ଅଧିକ ସୁନା, ୧୭ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।
ସୂଚନା ଯୋଗ୍ୟ ଯେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । କଟକ, ଭୁବନେଶ୍ବର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ ସୁନା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ ।