ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପରେ ହେବ ଗଣତି ଓ ମଣତି

ଭୁବନେଶ୍ୱର, ୨୯/୦୭: ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ସେ କହିଛନ୍ତି, ମନ୍ଦିରର ସ୍ଥାୟିତ୍ୱକୁ ଅଧିକ ଧ୍ୟାନ ଦିଆଯାଇଛି । ରତ୍ନ ଖାଲି କରାଯିବା ପରେ ଯେଉଁ ଖାଲି ସିନ୍ଦୁକ ଅଛି ତାହାକୁ ସ୍ଥାନାନ୍ତର କରାଯିବ । ଖାଲି ଆଲମିରା ଓ ସିନ୍ଦୁକ ରଖିବାକୁ ସ୍ଥାନ ନିର୍ଦ୍ଧାରଣ କରିବ ମନ୍ଦିର ପରିଚାଳନା କମିଟି । ନୂଆ ଏସଓପି ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ କଣ ଗୁପ୍ତ ରତ୍ନ ଅଛି ତାହାର ଯାଞ୍ଚ କରାଯିବ । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ରତ୍ନଭଣ୍ଡାର ମରାମତି ପରେ ମଣତ ଗଣତି ହେବ । ମରାମତି ସମୟରେ ମନ୍ଦିର ଢାଞ୍ଚାକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ତାହାକୁ ଗୁରୁତ୍ୱ ଦେଇଛି କମିଟି ।