ସକାଳ ୬ରୁ ରାତି ୯ଟା ଯାଏଁ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୧୭/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ ଟିକେ ହ୍ରାସ ପାଇଛି। ତେଣୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ହୋଇଛି। ସକାଳ ୬ରୁ ରାତି ୯ଟା ଶ୍ରୀମନ୍ଦିର ଖୋଲା ରହିବ। ଶ୍ରୀଜୀଉଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। କୋଭିଡ୍ କଟକଣାରେ  ମହାପ୍ରଭୁଙ୍କ ଦର୍ଶନ ହେବ। ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଫେବ୍ରୁଆରି ୨୧ରୁ ନୂଆ ଏସ୍‌ଓପି ଲାଗୁ ହେବା ନେଇ ସୂଚନା ମିଳିଛି।